Author: Purva Paksha

ଦିନେ ରାଜ୍ୟର ଅଘୋଷିତ ମହାରାଜା ଓ ମହାରାଣୀ ଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଓ ସୁଜାତା ରାଉତ। ଏବେ କିନ୍ତୁ ମୁହଁ ଲୁଚାଇ ବୁଲୁଛନ୍ତି। ରାଜ୍ୟ ପ୍ରଶାସନରେ ଆଉ ସେ ଦବ୍‍ଦବା ନାହିଁ। ତେଣୁ କିପରି ମୁହଞ ଳୁଚାଇ ରାଜ୍ୟ ଛାଡ଼ିବେ ସେହି ଚିନ୍ତାରେ ଅଛନ୍ତି। ଜୁନ୍‍ ମାସରେ ନିର୍ବାଚନ ଫଳାଫଳରେ ରାଜ୍ୟର ଶାସନ ଡୋରୀ ବିଜେପି ହାତକୁ ଗଲା ପରେ ସମସ୍ତେ ଭାବୁଥିଲେ ପାଣ୍ଡିଆନ ଦମ୍ପତ୍ତିଙ୍କ ଉପରେ ମୋହନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କାରଣ ବିଜେଡି ସରକାର ସମୟରେ ଯେତେ ଦୁର୍ନୀତି ହୋଇଛି ତାହାକୁ ଆଳ କରି ଏହି ଦମ୍ପତ୍ତିଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ଧାରଣା ଥିଲା। କିନ୍ତୁ ଏହି ଧାରଣା ଏବେ ପାଣି ଫୋଟକା ଭଳି ମିଳାଇବାରେ ଲାଗିଛି। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀମାନେ ପାଣ୍ଡିଆନ କରିଥିବା କାମର ତଦନ୍ତ ହେବ…

Read More