Author: Purva Paksha

ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ସଂରକ୍ଷଣ ନିୟମ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଖୋଲା ଉଲଂଘନ ହୋଇଛି ସଚିବାଳୟର ଗୃହ ବିଭାଗରେ। ନା ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଇନକୁ ମାନିଲେ, ନା ମୁଖ୍ୟମନ୍ତ୍ରୀ ତା’କୁ ତର୍ଜ୍ଜମା କଲେ। ସଚିବ ଯାହା ସୁପାରିଶ କଲେ, ମୁଖ୍ୟମନ୍ତ୍ରୀ ତା’କୁ ଯଥା ପ୍ରସ୍ତାବିତର ମୋହର ଲଗାଇଲେ। ଅଭିଯୋଗ ହେଉଛି– ସତେ ଯେପରି ଦେଶର ଆଇନକୁ ସମ୍ମାନ ଦେବାକୁ କାହାରି ସମୟ ନାହିଁ, କେହି ଯତ୍ନବାନ ନୁହନ୍ତି। ବିଗତ ୨୦୦୭ ବର୍ଷରୁ ରାଜ୍ୟର ସମସ୍ତ ସେବାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ନିର୍ଦ୍ଧାରିତ “ପଦବୀ ଭିତ୍ତିକ” ନିୟମ ପଦୋନ୍ନତି କ୍ଷେତ୍ରରେ ଲାଗୁ ହୋଇ ଆସୁଛି। ସେହି ସମାନ ନ୍ୟାୟରେ ସଚିବାଳୟ ସେବାର ବିଭିନ୍ନ କ୍ୟାଡରରେ ଏ ନିୟମ ଲାଗୁହୋଇଛି। ଅର୍ଥାତ ୨୦୦୭ ବର୍ଷ ଓ ତା’ ପରବର୍ତ୍ତୀ ବର୍ଷମାନଙ୍କରେ ସଚିବାଳୟ ସେବାର ଉପବିଭାଗ ଅଧିକାରୀ, ଡେସ୍କ ଅଫିସର ଓ ଅନୁଶାସନ ସଚିବ ପାହ୍ୟାରେ ସାଧାରଣ ବର୍ଗ, ତଫସିଲ…

Read More