Author: Purva Paksha

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଆଜି ଟାଙ୍ଗୀଠାରେ ୧୭୪ନଂ କପିଳାସ ରୋଡ଼ ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ପରେ ଖୁବ୍‍ଶୀଘ୍ର ଏହା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ବୋଲି କହିଛନ୍ତି। ଶ୍ରୀ ପଣ୍ଡାଙ୍କ ଗତ ୨୦୧୦ ମସିହାରୁ ନିରନ୍ତର ଉଦ୍ୟମ ଯୋଗୁ କଟକ ଜିଲ୍ଲାର ଟାଙ୍ଗୀଠାରେ କପିଳାସ ରୋଡ଼ ରେଳ ଫାଟକରେ ଏକ ରେଳ ଓଭରବ୍ରିଜ ପାଇଁ ଜନସାଧାରଣଙ୍କର ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି। ଏହି ପ୍ରସ୍ତାବକୁ ଇଷ୍ଟକୋଷ୍ଟ ରେଳବାଇ ବୋର୍ଡ ଅନୁମୋଦନ କରିସାରିଥିବାବେଳେ ଉଭୟ ରାଜ୍ୟ ସରକାର ଓ ରେଳ ବିଭାଗର ବ୍ୟୟ ଅଟକଳରେ ଏହି ରେଳ ଓଭରବ୍ରିଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶିଘ୍ର ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଅଗ୍ରଗତି ପାଇଁ ଶ୍ରୀ ପଣ୍ଡା କ୍ରମାଗତ ଚେଷ୍ଟା କରିବାସହ ବିଭିନ୍ନ ସମୟରେ ରେଳମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପର ଅଗ୍ରଗତି ପାଇଁ ଦାବି…

Read More