What's Hot
Author: Purva Paksha
ବୁଧବାର ଦିନ ବିଧାନସଭାର ଅଧିବେଶନ ସମାପ୍ତ ହୋଇଛି। ଭୋର ପର୍ଯ୍ୟନ୍ତ ଚାଲିଥିବା ଏହି ଉଲ୍ଲେଖନୀୟ ଅଧିବେଶନରେ ଗୃହୀତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍ ୨୦୨୪ରେ ଅନେକ ନୂଆ କଥା ରହିଛି। ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସିନେଟ୍ ପ୍ରତିଷ୍ଠା ଏବଂ କୁଳପତି (ଭିସି) ଓ ଅଧ୍ୟାପକ ନିଯୁକ୍ତିକ୍ଷେତ୍ରରେ ଉଚ୍ଚଶିକ୍ଷା ନୁଷ୍ଠାନଗୁଡ଼ିକ ପାଇଁ ସ୍ୱୟଂଶାସିତତା ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ପ୍ରସ୍ତାବିତ ଆଇନ ଅନୁଯାୟୀ, ସିନେଟ୍ ବିଶ୍ୱବିଦ୍ୟାଳୟର ପରିଚାଳନା ସଂସ୍ଥା ଭାବରେ କାର୍ଯ୍ୟ କରିବ, ଯେଉଁଥିରେ ଶିକ୍ଷାଗତ ବ୍ୟାପାର, ସମ୍ବଳ ଆବଣ୍ଟନ, ଆର୍ଥିକ ପରିଚାଳନା ଏବଂ ଗବେଷଣା ପଦକ୍ଷେପ ସମେତ ବିଭିନ୍ନ ଦିଗର ତଦାରଖ କରାଯିବ। ଏହାବ୍ୟତୀତ ଚୟନ କମିଟିରେ ରାଜ୍ୟ ସରକାରଙ୍କ ମନୋନୀତ ବ୍ୟକ୍ତିଙ୍କ ସ୍ଥାନରେ ସିଣ୍ଡିକେଟ୍ ମନୋନୀତ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାକୁ ବିଲରେ ପରାମର୍ଶ ଦିଆଯାଇଛି। ଏହି କମିଟିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ନିଯୁକ୍ତ ଅନ୍ୟ ଦୁଇଜଣ ସଦସ୍ୟ ଏବଂ କୁଳପତିଙ୍କ ଦ୍ୱାରା ନିଯୁକ୍ତ ଅନ୍ୟଜଣେ ସଦସ୍ୟ…
