Author: Purva Paksha

ଶେଖ ହସିନା, ଚିକେନ ନେକ୍ ଓ ଚୀନ ସହ ବନ୍ଧୁତା; ଗତ କିଛିଦିନ ଧରି ଭାରତ-ବାଂଲାଦେଶ ସମ୍ପର୍କରେ ଜମିଥିବା ବରଫ ହଟାଇବାକୁ ଥାଇଲାଣ୍ଡର ବ୍ୟାଙ୍କକରେ ଶୁକ୍ରବାର ଭାରତ ଓ ବାଂଲାଦେଶର ଶୀର୍ଷ ନେତୃତ୍ୱ ସାକ୍ଷାତ୍‍ କରିଥିଲେ। ତିକ୍ତ ହୋଇପଡ଼ିଥିବା ଭାରତ ଓ ବାଂଲାଦେଶ  ସମ୍ପର୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୋହମ୍ମଦ ୟୁନୁସଙ୍କ ସାକ୍ଷାତ୍‍କୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମୋହମ୍ମଦ ୟୁନୁସଙ୍କ ମଧ୍ୟରେ ସାକ୍ଷାତ୍‍ ଆଲୋଚନା ହୋଇଛି। ଏହି ସାକ୍ଷାତ୍‍କୁ ନେଇ ବାଂଲାଦେଶ ବେଶ୍ ଉତ୍ସୁକ ଥିଲା ଏବଂ ଭାରତକୁ ଦ୍ୱିପାକ୍ଷିକ ବୈଠକ ପାଇଁ ଅନୁରୋଧ କରିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଓ ମୋହମ୍ମଦ ୟୁନୁସଙ୍କ ସାକ୍ଷାତ୍‍ ନେଇ ସନ୍ଦେହ ଲାଗି ରହିଥିଲା। ଭାରତ ତରଫରୁ ବାଂଲାଦେଶର ଅନୁରୋଧର କୌଣସି ଉତ୍ତର ଦିଆଯାଇ ନ ଥିଲା। ତେବେ, ବିମ୍ସଟେକ୍ ସମ୍ମେଳନ ଅବସରରେ ଆଜି ଅର୍ଥାତ୍…

Read More