Author: Purva Paksha

ପୁରସ୍କାରକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଏ। ବିଶେଷ କରି ସରକାରୀ ପୁରସ୍କାର କ୍ଷେତ୍ରରେ ଏହା ଘଟିଥାଏ। ପୁସ୍ତକ ଚୟନ ପ୍ରକ୍ରିୟା, ଜୁରୀ ନିଯୁକ୍ତି ଓ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ନେଇ ବେଳେବେଳେ ଭିନ୍ନ ମତ ପ୍ରକାଶ ପାଇଥାଏ। ପୁରସ୍କାର କାହିଁକି ଲୋକଙ୍କୁ ଆକର୍ଷିତ କରେ ଓ ଏହା ପଛରେ ଥିବା ମନଃସ୍ତତ୍ତ୍ଵକୁ ନେଇ ବରିଷ୍ଠ ଲେଖକ ଓ ସାମ୍ବାଦିକ ଭାସ୍କର ପରିଚ୍ଛା ନିକଟରେ ତାଙ୍କର ଫେସବୁକରେ ଏକ ପୋଷ୍ଟ କରିଥିଲେ । ସେ ଲେଖିଥିଲେ, ‘ଲୋକମାନେ ପୁରସ୍କାରର ପିଛା କରନ୍ତି କାହିଁକି? ଏହା ପଛରେ ରହିଛି ଏକ ମନସ୍ତତ୍ତ୍ଵ, ସାମାଜିକ ସ୍ୱୀକୃତି ଏବଂ ବେଳେବେଳେ କଞ୍ଚା ଅଭିଳାଷ। ପୁରସ୍କାର ପାଇବାର ଅଭିଳାଷ ମୂଳରେ ରହିଛି ବୈଧତା । ମଣିଷ ସବୁବେଳେ ଚାହେଁ ତା’ ପ୍ରୟାସକୁ ସ୍ୱୀକୃତି ମିଳୁ- ପିଠି ଥାପି ହେଉ କି ମଞ୍ଚ ଉପରେ ହେଉ। ପୁରସ୍କାର ଅନ୍ୟମାନଙ୍କୁ ଏହି ସଙ୍କେତ ଦେଇଥାଏ ଯେ ‘ମୁଁ ଏହାକୁ ସମ୍ଭବ…

Read More