Author: Purva Paksha

ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ (ଆଇଜେଆର୍‌)ରେ ଓଡ଼ିଶାର ମାନ୍ୟତା ଗତ ୩ ବର୍ଷ ମଧ୍ୟରେ ଉନ୍ନତ ହୋଇଥିଲେ ହେଁ ପୁଲିସ ବାହିନୀରେ ମହିଳାଙ୍କ ଏକ ତୃତୀୟାଂଶ ପ୍ରତିନିଧିତ୍ୱ ହାସଲ କରିବା ପାଇଁ ରାଜ୍ୟକୁ ପ୍ରାୟତଃ ୭୪ ବର୍ଷରୁ ଅଧିକ ସମୟ ଲାଗିବ। ଟାଟା ଟ୍ରଷ୍ଟ ଦ୍ୱାରା ପ୍ରସ୍ତୁତ ଆଇଜେଆର ୨୦୨୫ ଅନୁଯାୟୀ, ନାଗରିକ ସମାଜ ସଂଗଠନ ଏବଂ ଡାଟା ପାର୍ଟନରଙ୍କ ସହଯୋଗରେ ଓଡ଼ିଶାକୁ ପୋଲିସ ବାହିନୀରେ ଏକ ତୃତୀୟାଂଶ ମହିଳା ପ୍ରତିନିଧିତ୍ୱ ହାସଲ କରିବା ପାଇଁ ପ୍ରାୟ ୭୪ ବର୍ଷ ସମୟ ଲାଗିବ । ଏହି ଗବେଷଣାରୁ ଜଣାପଡ଼ିଛି ଯେ ଓଡ଼ିଶାରେ ଏବେ ୧୧ ପ୍ରତିଶତ ମହିଳା ଓ ୧୪.୨ ପ୍ରତିଶତ ମହିଳା ଅଧିକାରୀ ରହିଛନ୍ତି। ୧୯୯୨ମସିହାରେ ରାଜ୍ୟ ସରକାର ପୁଲିସ ବାହିନୀରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ନୀତି ଘୋଷଣା କରିଥିଲେ। ଆଇଜେଆର ପୋଲିସ, ନ୍ୟାୟପାଳିକା, ଜେଲ ଏବଂ ଆଇନ ସହାୟତା କ୍ଷେତ୍ରରେ ରାଜ୍ୟଗୁଡ଼ିକର ପ୍ରଦର୍ଶନର ମୂଲ୍ୟାଙ୍କନ କରେ। ସମସ୍ତ ମାନଦଣ୍ଡରେ…

Read More