Author: Purva Paksha

ଗତ ସପ୍ତାହରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ସମେତ ୨୬ ଜଣଙ୍କ ମୃତ୍ୟୁ ଘଟଣାରେ ଦଳର ଚିନ୍ତାଧାରାରୁ ବିଚ୍ୟୁତ ହୋଇ ସାର୍ବଜନୀନ ବୟାନ ନ ଦେବାକୁ କଂଗ୍ରେସ ନେତୃତ୍ୱ ସୋମବାର ଏହାର ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନେକ କଂଗ୍ରେସ ନେତା ଏଭଳି ମନ୍ତବ୍ୟ ଦେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହେବା ସହ ତୀବ୍ର ସମାଲୋଚନା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧି ଦଳୀୟ ନେତାମାନେ ମୁହଁ ଖୋଲିବାରୁ ଅସନ୍ତୁଷ୍ଟ ଅଛନ୍ତି, ଯାହା ଦଳର ଆଭିମୁଖ୍ୟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ପରିସ୍ଥିତିକୁ ଗମ୍ଭୀରତାର ସହ ଗ୍ରହଣ କରି କଂଗ୍ରେସ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଏକ ଆନୁଷ୍ଠାନିକ ବିବୃତି ଜାରି କରିବ ବୋଲି ଆଶା କରାଯାଉଛି। ଯେଉଁ ନେତାମାନେ ଦଳର ମତ ସହ ଅସଙ୍ଗତ ମନ୍ତବ୍ୟ ଦେଇଛନ୍ତି ସେମାନଙ୍କୁ…

Read More