Author: Purva Paksha

ବିଜୁ ଜନତା ଦଳର ସରକାର ସମୟରେ ଯେପରି କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳମାନେ ମନଇଛା ଜିଲ୍ଲା ଖଣିଜ ଫ।ଉଣ୍ଡେସନ (ଡିଏମ୍‌ଏଫ୍‍) ପାଣ୍ଠିର ଅପବ୍ୟବହାର କରି ବିବାଦ ଭିତରକୁ ଆସିଛନ୍ତି। ତାହାକୁ ନେଇ ଏବେ କଡ଼ା ସମାଲୋଚନା ହେବା ସହିତ ଭାଜପା ସରକାର ତଦନ୍ତ କରିବେ ବୋଲି କୁହାଯାଉଛି। ତେଣୁ ଖଣି ଅଞ୍ଚଳର ଜିଲ୍ଲାପାଳମାନେ ଡିଏମ୍‌ଏଫ୍‌ ପାଣ୍ଠିରେ ହାତ ମାରିବାକୁ ଭୟ କରୁଛନ୍ତି। ଫଳରେ ଖଣି ଅଞ୍ଚଳରୁ ଆଦାୟ ହୋଇଥିବା ଡିଏମ୍‌ଏଫ୍‍ ପାଣ୍ଠିରୁ ୫୯ ପ୍ରତିଶତ ଖର୍ଚ୍ଚ ହୋଇନପାରି ପଡ଼ିରହିଛି। ଜାତୀୟ ଡିଏମ୍‌ଏଫ୍‌ ପୋର୍ଟାଲରେ ଉପଲବ୍ଧ ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଅଦ୍ୟାବଧି ମୋଟ ୩୦,୦୫୦.୦୧ କୋଟି ଟଙ୍କାର ଡିଏମ୍‌ଏଫ୍‌ ପାଣ୍ଠି ସଂଗ୍ରହ ହୋଇଛି। ଖଣିଜ ସମୃଦ୍ଧ ଅଞ୍ଚଳର ନିରନ୍ତର ସାମାଜିକ ଏବଂ ଭିତ୍ତିଭୂମି ବିକାଶ ନାମରେ ନିର୍ବାଚନ ପୂର୍ବରୁ ବିଜଦ ସରକାର ଅମଳରେ ୪୧ ପ୍ରତିଶତ ଅର୍ଥାତ୍ ରାଜ୍ୟରେ ଡିଏମ୍‌ଏଫ୍‌ ପାଣ୍ଠିରୁ ୧୨,୪୦୨କୋଟି ୮୯ ଲକ୍ଷ ଟଙ୍କା…

Read More