Author: Purva Paksha

ଚନ୍ଦକା ଅଞ୍ଚଳରେ ଥିବା ଆଦ୍ରୁତ ଚିଲଡ୍ରେନ ହୋମ୍‍ର ୫୦ଜଣ ବାଳକ ଅନ୍ତେବାସୀମାନେ ଶେଷରେ ନିଜର ସ୍ଥାୟୀ ଆବାସ ପାଇଛନ୍ତି। ଆଦ୍ରୁତା ଚିଲଡ୍ରେନ ହୋମ୍‍ର ଭୁବନେଶ୍ୱର ଚାପ୍ଟରର ବାଳକମାନଙ୍କ ପାଇଁ ରେଲଟେଲ୍ ପକ୍ଷରୁ ସହାୟତା ଯୋଗାଇ ଦେଇ ଛାତ୍ରାବାସ ନିର୍ମାଣ କରାଯାଇଛି। ଏହି ଛାତ୍ରାବାସରେ ୫୦ଜଣ ଅନ୍ତେବାସୀ ରହିବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଆଦ୍ରୁତ ଚିଲଡ୍ରେନ ହୋମ୍‍ର ଅନ୍ତେବାସୀମାନେ ଭଡ଼ା ଘରେ ରହୁଛନ୍ତି। ଯାହାକି ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ହେଉନଥିଲା। ଏହି ଅତ୍ୟନ୍ତ ଜରୁରୀ ଘର ନିର୍ମାଣ ପାଇଁ ସହଯୋଗ କରିଥିବାରୁ ଆଦ୍ରୁତ ଚିଲଡ୍ରେନ ହୋମ୍‍ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ରେଲଟେଲ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍, ନୂଆଦିଲ୍ଲୀକୁ କୃତଜ୍ଞତା ପ୍ରକାଶ କରାଯାଇଛି।। ଆଦ୍ରୁତ ଚିଲଡ୍ରେନ ହୋମ୍‍ର ନୂତନ ଗୃହ ଉଦ୍‍ଘାଟନ ସମାରୋହରେ ରେଲଟେଲର ସିଏମଡି ସଞ୍ଜୟ କୁମାର, ସିଭିଓ ଡ. ଚନ୍ଦ୍ରମଣି ଶର୍ମା ଓ ଫାଇନାନ୍ସ ନିର୍ଦ୍ଦେଶକ ଭି ରାମା ଏମ ରାଓ ଏବଂ ଆଦ୍ରୁତ ଚିଲଡ୍ରେନ ହୋମ୍‍ର…

Read More