Author: Purva Paksha

ପିସିସି ସଭାପତିଙ୍କ ‘ସେଣ୍ଟ୍ରାଲାଇଜ୍‌ଡ’ ପ୍ରଚାର ନୀତି ଉପରେ ଅସନ୍ତୋଷ-ନୂଆପଡ଼ା ଉପନିର୍ବାଚନରେ ଦଳୀୟ ମନୋଭାବ ଗଭୀର ସଙ୍କଟରେ।  ନୂଆପଡ଼ା ଉପନିର୍ବାଚନ ତାତି ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ କଂଗ୍ରେସର ରାଜନୀତିକ ଉତ୍ତାପ ନୂଆପଡ଼ାର ମଇଦାନଠାରୁ ଅଧିକ ଭୁବନେଶ୍ୱରର କଂଗ୍ରେସ ପାର୍ଟି ଅଫିସରେ ଅନୁଭବ ହେଉଛି। ପ୍ରାର୍ଥୀ ଘୋଷଣା ପରେ ଯେପରି ସମସ୍ତ ଦଳର ବରିଷ୍ଠନେତାଙ୍କଠାରୁ ଆରମ୍ଭ କରି ଯୁବ ନେତାମାନେ ନୂଆପଡ଼ାର ପ୍ରଚାରରେ ମାତିଛନ୍ତି, ସେପରି ଦୃଶ୍ୟ କଂଗ୍ରେସ ଶିବିରରେ ଦେଖାଯାଉ ନାହିଁ। ପିସିସି ସଭାପତି ଭକ୍ତ ଦାସ ନିଜେ ପ୍ରଚାର ମଙ୍ଗ ସମ୍ଭାଳୁଛନ୍ତି, କିନ୍ତୁ ବରିଷ୍ଠ ନେତାମାନେ, ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ନୂଆପଡ଼ା ଏବଂ ପଶ୍ଚିମ ଓଡ଼ିଶାରେ ଦଳର ମୁହଁ ହୋଇଥିଲେ ସେମାନେ ମାଟିରେ ପଶି ପାରୁନାହାନ୍ତି। ଫଳସ୍ୱରୂପ, ନୂଆପଡ଼ାର ରାଜନୀତି ମଇଦାନରେ କଂଗ୍ରେସ ଶିବିର ଖାଁ ଖାଁ ଲାଗୁଛି। ଯେଉଁଠି ଆଗରୁ କଂଗ୍ରେସ ଶିବିରର କର୍ମୀମାନେ ନିଶ୍ଚିତ ବିଜୟ ନେଇ ଉତ୍ସାହିତ ଥିଲେ ଏବେ ଆତ୍ମଗ୍ଲାନୀରେ ଅଛନ୍ତି।…

Read More