Author: Purva Paksha

ଗୁରୁବାର ଜମ୍ମୁ-କଶ୍ମୀର ଗସ୍ତରେ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ସମଗ୍ର ବିଶ୍ୱ ଦେଖିଛି ଯେ ପାକିସ୍ତାନ କିପରି ଦାତିତ୍ୱହୀନତା ସହ ବାରମ୍ବାର ପରମାଣୁ ଧମକ ଦେଇଛି। ମୁଁ ପ୍ରଶ୍ନ ଉଠାଇବାକୁ ଚାହେଁ ଯେ ଏପରି ଦାୟିତ୍ୱହୀନ ଦେଶର ହାତରେ ପରମାଣୁ ଅସ୍ତ୍ର କ’ଣ ନିରାପଦ? ମୋର ମତ ହେଉଛି, ପାକିସ୍ତାନର ପରମାଣୁ ଅସ୍ତ୍ରଗୁଡ଼ିକୁ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA)ର ତଦାରଖରେ ନିଆଯିବା ଉଚିତ। ରାଜନାଥ ସିଂଙ୍କ ଏହି ବୟାନ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ ଭାରତକୁ ରୋକିବା ପାଇଁ ପାକିସ୍ତାନରେ ପର୍ଯ୍ୟାପ୍ତ ସାମରିକ କ୍ଷମତା ରହିଛି। ଭାରତକୁ ପରମାଣୁ ଧମକ ଦେବାର ଆବଶ୍ୟକତା ନାହିଁ। ଏହା ମଧ୍ୟରେ ପ୍ରଶ୍ନ ଉଠୁଛି ଯେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି କ’ଣ, ଏହି ଏଜେନ୍ସି ପାଖରେ କୌଣସି ଦେଶର ପରମାଣୁ ଅସ୍ତ୍ରର ତଦାରଖ କରିବାର ଅଧିକାର ଅଛି କି? ଯଦି କୌଣସି…

Read More