Author: Purva Paksha

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ବରିଷ୍ଠ ନେତା ତଥା ତିନିଥର ବିଧାୟକ ଓ ମନ୍ତ୍ରୀ ରହିଥିବା ବୃଜବିହାରୀ ପ୍ରସାଦଙ୍କ ହତ୍ୟା ମାମଲା ୨୬ ବର୍ଷ ପରେ ପୁଣିଥରେ ଚର୍ଚ୍ଚାରେ ଆସିଛି। ଏହା ସହିତ ପୂର୍ବତନ ବିଧାୟକ ତଥା ବାହୁବଳୀ ମୁନ୍ନା ଶୁକ୍ଳା ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ମୁନ୍ନା ଶୁକ୍ଳା ବୃଜବିହାରୀ ପ୍ରସାଦ ହତ୍ୟାକାଣ୍ଡରେ ଜଡ଼ିତ ଥିଲେ ଏବଂ ଏହି ମାମଲାରେ ପାଟଣା ହାଇକୋର୍ଟ ଅକ୍ଟୋବର ୨୦୨୪ରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲା। ଯଦିଓ ହାଇକୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ମୁନ୍ନା ଶୁକ୍ଳା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟର ନିଷ୍ପତ୍ତିକୁ ବଜାୟ ରଖି ମୁନ୍ନା ଶୁକ୍ଳାଙ୍କୁ ୧୫ ଦିନ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୃଜବିହାରୀ ପ୍ରସାଦ ଏବଂ ମୁନ୍ନା ଶୁକ୍ଳା କୌଣସି ସାଧାରଣ ନାମ ନୁହନ୍ତି। ବିହାରରେ ରାଜନୀତିର ଅପରାଧୀକରଣ କିମ୍ବା ବିହାରରେ ଅପରାଧର ରାଜନୀତିକରଣରେ ଏହି ଦୁଇ ବ୍ୟକ୍ତିଙ୍କର ବହୁତ ବଡ଼ ଯୋଗଦାନ ରହିଛି।…

Read More