Author: Purva Paksha

ଦେଶ ପହଲଗାମ ଆକ୍ରମଣକୁ ନେଇ ବ୍ୟଥିତ। ୨୬ ଜଣ ମହିଳା ନିଜ ମଥାର ସିନ୍ଦୁର ଏହି ଆକ୍ରମଣରେ ହରାଇଛନ୍ତି। ଏହାରି ଭିତରେ ଏମିତି ଗୋଟିଏ ଖବର ଆସିଛି ଯାହା ଆପଣଙ୍କୁ ଚମକାଇ ଦେବ। ଖବର ହେଉଛି ଯେ,ଟଙ୍କା ପାଇଁ ଦେଶ ବିକିଦେଲେ ମହିଳା ୟୁଟ୍ୟୁବର। ଠିକ୍ ଶୁଣିଛନ୍ତି ଆପଣ। ଜଣେ ମହିଳା ଭାରତୀୟ ୟୁଟ୍ୟୁବର କିଛି ଟଙ୍କା ପାଇଁ ନିଜ ଦେଶ ସହ କରିଛନ୍ତି ବିଶ୍ୱାସଘାତକତା। ହରିଆନାର ଏହି ଅବିବାହିତା ମହିଳାଙ୍କ ନାମ ହେଉଛି ଜ୍ୟୋତି ମାହ୍ଲୋହୋତ୍ରା। ଯିଏ ଆଇଏସଆଇ ଟଙ୍କାରେ ବିଦେଶ ବୁଲିବା ସହିତ ଭାରତର ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଉଥିଲେ। ଗିରଫ ପାକିସ୍ତାନୀ ଏଜେଣ୍ଟ ହେଉଛନ୍ତି ହିସାରର ବାସିନ୍ଦା ମହିଳା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା। ଏହା ପୂର୍ବରୁ, ଗତକାଲି କୈଥଲରୁ ଜଣେ ଯୁବକଙ୍କୁ ପୁଲିସ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ କରିଥିଲା। ମହିଳା ୟୁଟ୍ୟୁବରଙ୍କୁ ପାନିପତରୁ ଗିରଫ କରାଯାଇଛି। ଜ୍ୟୋତି ନାମକ ଏହି ଯୁବତୀ ପ୍ରାୟ…

Read More