Author: Purva Paksha

ବିଶ୍ୱସ୍ତରୀୟ। ଏହି ଶବ୍ଦ ସହ ଓଡ଼ିଶାବାସୀ ବେଶ ଭଲଭାବେ ଅବଗତ। ପୂର୍ବ ବିଜୁ ଜନତା ଦଳ ସରକାରରେ ଶୌଚାଳୟଠାରୁ ଆରମ୍ଭ କରି ସ୍କୁଲ ହେଉ ଅବା ଡାକ୍ତରଖାନା ସବୁକୁ ବିଶ୍ୱସ୍ତରୀୟ ବୋଲି ଘୋଷଣା କରାଯାଉଥିଲା। ଏହି କାମର କିଛିମାସ ଭିତରେ ଶୌଚାଳୟ କାନ୍ଥ, ସ୍କୁଲ ପାଚେରୀ ଭୁଶୁଡ଼ିବାର ନଜିର ଆମେ ଦେଖିଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନ କରିବାର କାମ ଏବେ ଜୋରସୋରରେ। ହେଲେ ଏହାକୁ ମଧ୍ୟ ଅନେକ ଭିନ୍ନ ଦୃଷ୍ଟିରେ ଦେଖି ନାନାଦି ଆଲୋଚନା କରୁଛନ୍ତି। ମାତ୍ର ଆଖିରେ ନ ଦେଖିଲେ ଏହାର ସତ୍ୟତାକୁ ଆଦୌ ହୃଦବୋଧ କରିହେବ ନାହିଁ। ‘ବିଶ୍ୱସ୍ତରୀୟ’କୁ ନେଇ କିଛି ଲୋକଙ୍କ ଭିତରେ ଯେଉଁ ସାମାନ୍ୟତମ ଦ୍ୱନ୍ଦ୍ୱ ଓ ସନ୍ଦେହ ରହିଛି ସେମାନେ ଅତିକମରେ ଥରୁଟିଏ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ରେଳ ଷ୍ଟେସନକୁ ବୁଲି ଦେଖିବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ…

Read More