Author: Purva Paksha

ଡ. ସମନ୍ୱୟ ନନ୍ଦ ମୁମ୍ବାଇରେ ୨୦୦୮ ମସିହାରେ ନଭେମ୍ବର ୨୬ତାରିଖ ଦିନ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ମାନେ ଆକ୍ରମଣ କରି ୧୭୫ଜଣ ନୀରିହ ନିରପରାଧ ଲୋକମାନଙ୍କୁ ହତ୍ୟା କରିଥିଲେ। ଏହାପରେ ଭାରତ ସରକାରଙ୍କ ପାକିସ୍ତାନ ଓ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ପ୍ରତି ଯେଭଳି ଦୃଷ୍ଟିକୋଣ ଥିଲା ସେତେବେଳେ କେହି ଭାରତୀୟ ଭାବି ନ ଥିବେ ଯେ ୨୦୨୫ ପରି ମଧ୍ୟ ସମୟ ଆସିବ ଯେତେବେଳେ ଭାରତରେ ଆତଙ୍କବାଦୀ ଆକ୍ରମଣ ହେଲେ କେବଳ ଯେ ପାକ ଅଧିକୃତ ଜାମ୍ମୁ-କାଶ୍ମୀର- ଲଦାଖ ସହ ପାକିସ୍ତାନର ପଞ୍ଜାବ ରାଜ୍ୟରେ ପ୍ରବେଶ କରି ଭାରତୀୟ ସେନା ଆକ୍ରମଣ କରିବ। ଭାରତ ପାକିସ୍ତାନ ମଧ୍ୟରେ ପ୍ରବେଶ କରି ଆତଙ୍କବାଦୀ ଓ ଆତଙ୍କବାଦୀ କାର୍ଯ୍ୟକଳାପର ଆଡ୍ଜାକୁ ସମ୍ପୂର୍ଣ ଭାବେ ଧ୍ୱସ୍ତ କରି ଦେବ। କାରଣ ୨୦୦୮ ମସିହା ବେଳେ ଭାରତ ସରକାରଙ୍କର ପାକିସ୍ତାନରେ ପ୍ରବେଶ କରି ଶତ୍ରୁକୁ ନିପାତ କରିବା ତ ଦୂରର…

Read More