Author: Purva Paksha

ରାଜ୍ୟରେ ଜାତିଭିତ୍ତିକ ରାଜନୀତିକୁ ପୁଣିଥରେ ନିଆଁ ଚେଙ୍ଗିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବେ ମଇଦାନରୁ ଆଉଟ୍‍ ହେଲାପରି ଜଣାପଡ଼ୁଛନ୍ତି। ନା ତାଙ୍କୁ ତାଙ୍କ ନିଜ ଦଳ କଂଗ୍ରେସ ଏ ପ୍ରସଙ୍ଗରେ ବିଶ୍ୱାସକୁ ନେଇପାରିଛି ନା ବିଜେଡି। ପରିସ୍ଥିତି ଏମିତି ହୋଇଛି ଯେ ଶ୍ରୀକାନ୍ତ ଅନ୍ୟୋପାୟ ନ ପାଇ ନିଜର ଚରମ ବିରୋଧୀ ପଟ୍ଟନାୟକଙ୍କ ଅଧୀନରେ କାମ କରିବେ ନ ହେଲେ ଚୁପ୍‍ଚାପ୍‍ ଅନ୍ୟବାଟ ଦେଖିବେ। କଂଗ୍ରେସ ଘୋଷଣା କରିଥିବା ସାମାଜିକ ନ୍ୟାୟ କମିଟି ଗଠନରୁ ଏହା ପ୍ରତୀତ ହେଉଛି। ଏପ୍ରିଲ ୧୬ ତାରିଖ ୨୦୨୫। ପ୍ରାୟ ଏକମାସ ତଳର କଥା। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାଂସଦ ଅଖିଳେଶ ଯାଦବଙ୍କ ସହ ଓଡ଼ିଶାରେ ସାମାଜିକ ନ୍ୟାୟ ଆନ୍ଦୋଳନ ପାଇଁ ଅଣ୍ଟା ବାନ୍ଧିଥିଲେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ଶ୍ରୀକାନ୍ତ ସେତେବେଳେ ନୀରବ ଥିଲେ ମଧ୍ୟ ଅଖିଳେଶ ସମାଜବାଦୀ ପାର୍ଟିର କାର୍ଯ୍ୟକ୍ରମକୁ ରାଜ୍ୟରେ ପ୍ରସାର କରିବା ପାଇଁ ତାଙ୍କୁ ମାଧ୍ୟମଭାବେ ଗ୍ରହଣ…

Read More