Author: Purva Paksha

ରାଜ୍ୟ ରାଜନୀତିରେ ଏବେ ଓବିସି ଚର୍ଚ୍ଚା ଜୋର ଧରିଛି। ଶାସକଦଳଠାରୁ ଆରମ୍ଭ କରି ବିରୋଧୀ, ସଂଗଠନଠାରୁ ଆରମ୍ଭ କରି ବ୍ୟକ୍ତିବିଶେଷ ଯାଏ ସମସ୍ତେ ଯେମିତି ଏହି ଜାତି ରାଜନୀତି ବୈତରଣୀକୁ ଡିଆଁ ମାରିଛନ୍ତି। ସଂଖ୍ୟା ଭିତ୍ତିରେ ଏହି ଓବିସିଙ୍କୁ ଆରକ୍ଷଣ ଦେଇ ସେମାନଙ୍କ ଗୁରୁତ୍ୱ ବଢ଼ାଯାଉ ବୋଲି ଦାବି ହେଉଛି। ବିଧାନସଭାଠାରୁ ରାଜରାସ୍ତା ଯାଏ ଏ ଆନ୍ଦୋଳନ ଆମ ରାଜ୍ୟରେ ଏକ ନୂଆ ରାଜନୀତିକ ଗଣିତ ସୃଷ୍ଟି କରିବାକୁ ଯାଉଛି। ଆଉ ଏ ଭିତରେ ରାଜନୀତିକ ଦଳମାନଙ୍କ ଦ୍ୱାରା ଘୃଣିତ ବ୍ରାହ୍ମଣ, କରଣ କ୍ରମଶଃ ସଂଖ୍ୟାଲଘୁ ହୋଇ ଗଣତନ୍ତ୍ରରେ କୋଣଠେସା ହେବାକୁ ଲାଗୁଛି। ରାଜା ରାଜୁଡ଼ା ସମୟରେ ରାଜନୀତିରେ ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ରହିଆସିଛି। କେତେବେଳେ ଶାସକର ନୀତି ସମ୍ପ୍ରଦାୟ ଭିତରେ ନିଆଁ ଜଳାଇଛି ତ ଆଉ କେତେବେଳେ ଶାସକକୁ ବ୍ୟବସ୍ଥା ଆପଣାଇବାକୁ ବାଧ୍ୟ କରିଛି। ମୁଁ ଆପଣଙ୍କୁ ବ୍ରାହ୍ମଣ-ଅବ୍ରାହ୍ମଣ ବିଦ୍ୱେଷ କଥା କହୁଛି। ଶାସକ…

Read More