Author: Purva Paksha

ପୁରୀ ବିଜେଡିରେ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ସଞ୍ଜୟ ଉମାଙ୍କ ଭିତରେ ଜିଲ୍ଲା ସଭାପତିକୁ ନେଇ ଏମିତି କଳି ତିଆରି କରାଯାଉଛି ଯେ ତାକୁ ଲକ୍ଷ୍ୟ କଲେ ଆଗାମୀ ଦିନରେ ଖୁବଶୀଘ୍ର ପୁରୀ ରାଜନୀତିରେ ଏମିତି ଏକ ବିସ୍ଫୋରଣ ହେବାକୁ ଯାଉଛି ଯାହା ରାଜ୍ୟ ରାଜନୀତିକୁ ଥରାଇ ଦେବ। ତେବେ ଏ କଳି ପଛରେ ନାୟକ ରୂପି ଖଳନାୟକ ଟି କିଏ ଆଉ କାହା ପାଇଁ ପୁରୀ ବିଜେଡିରେ ଏଭଳି ସ୍ଥିତି। ପୁରୀ ବିଜେଡିରେ ସ୍ଥିତି ଏବେ ଅସମ୍ଭାଳ। କେତେବେଳେ କିଏ କାହା ଉପରେ ବର୍ଷିବ ତା’ର ଠିକଣା ନାହିଁ। ସହଜେ ଗତ ନିର୍ବାଚନ ଠୁ ନେଇ ଏ ଯାବତ ଉମା ବାବୁଙ୍କ ମୁଣ୍ଡ ଥଣ୍ଡା ହୋଇନି। ଉମା ବାବୁ ଅର୍ଥାତ୍‍ ପୁରୀ ବିଜେଡିର ବରିଷ୍ଠ ନେତା ଉମାକାନ୍ତ ସାମାନ୍ତରାୟ। ଗତ ନିର୍ବାଚନରେ ଯେଉଁଭଳି ଭାବରେ ତାଙ୍କୁ ତାଙ୍କ ଆସନରୁ ହଟାଇ ଚା’ରୁ ମାଛି କାଢ଼ିଲା ଭଳି ବ୍ରହ୍ମଗିରିକୁ…

Read More