Author: Purva Paksha

ଠିକ୍ ଏମିତି କିଛି ହୋଇଛି ପାକିସ୍ତାନୀ ଫିଲ୍ଡ ମାର୍ଶାଲ ସେନାମୁଖ୍ୟ ଅସୀମ ମୁନିରଙ୍କ ସହିତ। ପାକିସ୍ତାନରେ ପ୍ରକୃତ ‘ବସ୍’ କିଏ ତାହା ସମସ୍ତଙ୍କୁ ଜଣା। ସେନାମୁଖ୍ୟଙ୍କ ଇଶାରାରେ ପାକିସ୍ତାନରେ ପ୍ରଧାନମନ୍ତ୍ରୀ, ଆସନ୍ତି ଓ ଯାଆନ୍ତି। ଏମିତିରେ ମୁନିରଙ୍କ କୃପାରୁ ପ୍ରଧାନମନ୍ତ୍ରୀ ହୋଇଥିବା ସରିଫ୍,ମୁନିରଙ୍କୁ ପ୍ରଂଶାସ କରିବାକୁ ଯାଇ ବିଦେଶୀ ମାଟିରେ ନିଜ ଦେଶର ପୋଲ୍ ଖୋଲି ଦେଇଛନ୍ତି। କହୁ କହୁ କହିଦେଇଛନ୍ତି ଭାରତ ପଟୁ କେମିତି ମାଡ଼ି ବସିଥିଲା। କେତେ ମାଡ଼ି ବସିଥିଲା। ଆଉ ବିଚରା ମୁନିରଙ୍କ ପାଖରେ ନିଜ ପୋଷା ଶୁଆର କଥା ଚୁପଚାପ୍ ଶୁଣିବା ଛଡ଼ା ଆଉ କିଛି ବାଟ ନ ଥିଲା। ଏବେ କିନ୍ତୁ ମୁନିର ଭାବୁଥିବେ ଏମିତି ପ୍ରଶଂସା ଶୁଣିବା ଅପେକ୍ଷା ନିନ୍ଦା ଶୁଣିବା ଭଲ। କଥା ହେଲା, ଭାରତ ଉପରେ ଆକ୍ରମଣ କଥା ଭାବିବା ପୂର୍ବରୁ ଭାରତ ବ୍ରହ୍ମୋସ ମାଡ଼ କରି ପାକିସ୍ତାନୀ ନେତା ଓ ସେନାକୁ ତାବଦା କରିଦେଇଥିଲା ବୋଲି ସରିଫ୍‍ ବିଦେଶରେ…

Read More