Author: Purva Paksha

ଏବେ ଓଡ଼ିଶା ସରକାର ଓ ଭାରତୀୟ ଜନତା ପାର୍ଟି ପାଖରେ ଗୋଟିଏ ଏଜେଣ୍ଡା। ଆଉ ସେ ଏଜେଣ୍ଡା ହେଲା ପ୍ରଚାର, ପ୍ରସାର। ଅର୍ଥାତ୍‍ ବାଇଦ ପିଟା ଅଭିଯାନ। ସବୁ ବିବାଦକୁ ପଛରେ ପକାଇ ସମସ୍ତଙ୍କୁ ଏହି ଏଜେଣ୍ଡା ପଛରେ ଲାଗିଯିବାକୁ ନିର୍ଦ୍ଦେଶ ବି ଦିଆଯାଇଛି। ଗତକାଲି ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଏଥିରେ ମୋଦୀ ସରକାରଙ୍କ ୧୧ ବର୍ଷ ପୂର୍ତ୍ତ ଏବଂ ଓଡ଼ିଶାରେ ମୋହନ ସରକାରଙ୍କ ୧ ବର୍ଷ ପୂର୍ତ୍ତିକୁ ନେଇ କିପରି ପ୍ରଚାର କରାଯିବ ସେ ବିଷୟ ଆଲୋଚନା ହୋଇଥିଲା। କିନ୍ତୁ ପ୍ରଶ୍ନ ହେଉଛି ମୋହନ ସରକାରରେ ସଫଳତା କ’ଣ? ଯେଉଁ ଯୋଜନା ଓ ଘୋଷଣା ସବୁ ମୋହନଙ୍କ ସରକାର କରିଛି ତାହା ସଫଳ ହୋଇଛି କି? ପ୍ରଚାର ସର୍ବସ୍ୱ ସରକାର ବୋଲି ଆମେ କହୁନୁ। ଯେତେବେଳେ ଯିଏ ବି ବିରୋଧୀ ଦଳରେ ରହିଛି ସେ ଏହିପରି ଅଭିଯୋଗ ତତ୍କାଳୀନ ସରକାରଙ୍କ ବିରୋଧରେ କରି ଆସିଛି।…

Read More