Author: Purva Paksha

ସମସାମୟିକ ରାଜନୀତିରେ କ୍ଷମତା ଓ ପଦବୀ ହିଁ ଜଣେ ରାଜନେତାଙ୍କ ସମ୍ମାନ, ପାର୍ଷଦ ଓ ଆଭିଜାତ୍ୟକୁ ବର୍ଣ୍ଣନା କରେ। କେବଳ ଆମ ରାଜ୍ୟରେ ନୁହେଁ ପ୍ରତି ରାଜ୍ୟ ଓ କେନ୍ଦ୍ର ରାଜନୀତିରେ ଏହାକୁ ବାରିବା ଅତ୍ୟନ୍ତ ସହଜ। ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ବି ଏମିତି କ୍ଷମତା ଓ ପଦବୀରେ ୨୦୧୪ ମସିହାରୁ ରହି ଆସିଛନ୍ତି। ରାଜ୍ୟସଭାରୁ ସାଂସଦ ହୋଇ ମଧ୍ୟ ସେ ଲଗାତାର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନୀତ ହୋଇଛନ୍ତି। କେନ୍ଦ୍ରରେ ନିଜର ଆଉ ଓଡ଼ିଆ ଭାବେ ସମସ୍ତ ଓଡ଼ିଆଙ୍କର ମଧ୍ୟ ପତିଆରା ବଢ଼ାଇଛନ୍ତି। କିନ୍ତୁ ୨୦୨୪ ନିର୍ବାଚନଠାରୁ ଆଉ ତାଙ୍କ ଭାଗ୍ୟ ତାଙ୍କୁ ସହାୟତା ଦେଉ ନାହିଁ। ଫଳରେ ତାଙ୍କର ପଦବୀ ଧୀରେ ଧୀରେ ଖସୁଛି। ଏହାସହ ହାତରୁ କ୍ଷମତା ଓ ପାର୍ଷଦ ମଧ୍ୟ ଖସୁଛନ୍ତି। ଏ ବିଷୟ ଆଜି କହିବାର କାରଣ ହେଉଛି ଆଗକୁ ସେ ରାଷ୍ଟ୍ରୀୟ ସଭାପତି ହେବେ ବୋଲି ଯେଉଁ ଆଲୋଚନା ହେଉଥିଲା ତାହା ବି…

Read More