Author: Purva Paksha

ପୂର୍ବତନ ଆଇଏଏସ୍‍ ଅଧିକାରୀ, ଏବେକାର ସାଂସଦ ତଥା ବିହାରୁ ଆସିଥିବା ଓଡ଼ିଆ ବୋହୂ ଅପରାଜିତା ଷଡ଼ଙ୍ଗୀଙ୍କର ମହତ୍ତ୍ୱାକାଂକ୍ଷାକୁ ନେଇ ବର୍ତ୍ତମାନ ରାଜ୍ୟ ବିଜେପି ରାଜନୀତି ସରଗରମ। କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟରେ ଶାସନ ଓ ଦଳ ଭିତରେ ସମନ୍ୱୟ ରକ୍ଷା ଲାଗି ଭିନ୍ନ ଭିନ୍ନ ପଦକ୍ଷେପ ନେଉଥିବାବେଳେ, ଏହି ନେତ୍ରୀଙ୍କର ମହତ୍ତ୍ୱାକାଂକ୍ଷା ଦଳରେ ନୂଆ ବିପର୍ଯ୍ୟୟ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଏପରିକି ନିଜର ନିର୍ମଳ ଭାବମୂର୍ତ୍ତିକୁ ଦେଖାଇବାକୁ ଯାଇ ବିହାରୀ ବୋହୂ ଓଡ଼ିଶା ସଂଗଠନକୁ ବିଭ୍ରାନ୍ତ କରୁଛନ୍ତି ବୋଲି କୁହାଯାଉଛି। ଏପରିକି ଏବେ ଦଳ ଭିତରେ ତାଙ୍କ ଆଭିମୁଖ୍ୟ ବିରୋଧରେ ବରିଷ୍ଠ ନେତାମାନେ ଏକଜୁଟ୍‍ ହୋଇ ପରୋକ୍ଷରେ ଉଚ୍ଚ ନେତୃତ୍ୱଙ୍କ ଉପରେ ଚାପ ପକାଇବାକୁ ଚାହିଁଛନ୍ତି। ବର୍ଷେ ହେଲା ରାଜ୍ୟରେ ବିଜେପି ସରକାର ଗଢ଼ିଛି। କେନ୍ଦ୍ରୀୟ ନେତୃତ୍ୱ ଏଠାରେ ଶାସନକୁ ଲୋକଙ୍କ ସରକାରରେ ପରିଣତ କରିବା ଲାଗି ନେଉଥିବା ପଦକ୍ଷେପଗୁଡ଼ିକ ଭିତରେ ସର୍ବାଗ୍ରେ ରହିଛି ପୂର୍ବତନ ବିରୋଧୀ ଦଳର ମୁଖ୍ୟ ସଚେତକ…

Read More