Author: Purva Paksha

ଲୁଣ,ମାନବ ସଭ୍ୟତାର ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗୋଟିଏ ସମୟରେ କିଛି ସାମ୍ରାଜ୍ୟରେ ଲୁଣକୁ ଖଜଣା ଭାବରେ ଆଦାୟ କରାଯାଉଥିଲା । ମାତ୍ର ଶହେ ବର୍ଷ ତଳେ ଭାରତରେ ଗୋଟିଏ ଆନ୍ଦୋଳନ ହୋଇଥିଲା,ଯାହା ବ୍ରିଟିଶ ସାମ୍ରାଜ୍ୟର ମୁଳଦୁଆକୁ ଏକ ପ୍ରକାର ଦୋହଲାଇ ଦେଇଥିଲା । ତାହା ଥିଲା ମହାତ୍ମାଗାନ୍ଧୀଙ୍କର ଲବଣ ସତ୍ୟଗ୍ରହ । ମାନବ ଓ ପଶୁ ସମସ୍ତେ ବଂଚିବା ପାଇଁ ଲୁଣ ଆବଶ୍ୟକ କରନ୍ତି । କିନ୍ତୁ ଲୁଣର ଅଧିକ ବ୍ୟବହାର ବିପଦକୁ ଆମନ୍ତ୍ରଣ କରେ । ଆମେ ସମସ୍ତେ ଉଣା ଅଧିକେ ଜାଣିଛେ ଯେ, ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପ ବଢିଥାଏ । ତେଣୁ ଡାକ୍ତର ଉଚ୍ଚରକ୍ତଚାପ ରୋଗୀଙ୍କୁ କମ ଲୁଣ ଖାଇବାକୁ କହିଥାନ୍ତି । କିନ୍ତୁ ଏବେ ବୈଜ୍ଞାନିକ ଏକ ନୂଆ ଆଶଙ୍କା ବ୍ୟକ୍ତ କଲେଣି । ନିକଟରେ ପ୍ରକାଶିତ ଏକ ଗବେଶଣ ରିପୋର୍ଟ ଅନୁସାରେ ଅଧିକ ଲୁଣ ଖାଇବା ଦ୍ୱାରା କ୍ୟାନସର…

Read More