Author: Purva Paksha

ପୁଣି ବିଜେଡି କ୍ଷମତାକୁ ଫେରିବା ବୟାନବାଜିକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଛି। ବିଜେଡିର ବହୁ ବରଷ୍ଠ ନେତା, ନବୀନ ପଟ୍ଟନାୟକ ପୁଣି କ୍ଷମତାକୁ ଫେରି ସରକାର ଗଠନ କରିବେ ବୋଲି କହୁଛନ୍ତି। ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଘସିପୁରା ବିଧାୟକ ତଥା ଦଳର ବରିଷ୍ଠ ସଦସ୍ୟ ବଦ୍ରୀପାତ୍ର। ସେ କହିଛନ୍ତି ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା। ବିଜେଡି ସରକାର ଗଠନ ନେଇ କହୁଥିବା ନେତାଙ୍କ ମତି ବିଭ୍ରାନ୍ତି ହୋଇଛି। ଯେଉଁ ବିଜେଡି ନେତା ଏପରି କଥା କହୁଛନ୍ତି ତା’ର ଯଥାର୍ଥତା ନାହିଁ। ବିଜେଡି କଂଗ୍ରେସ ସହ ମିଶି ସରକାର କରିବା ଅବାସ୍ତବ କଥା। ଏଭଳି ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ଜାଣିନି। ନବୀନ ବାବୁ ଏହା କହିବାକୁ ସେମାନଙ୍କୁ କହିଛନ୍ତି ନା ନାହିଁ ତାହା ମଧ୍ୟ ଜାଣିନି। ସଂଖ୍ୟା ଗରିଷ୍ଠତା ପାଇ ବିଜେପି ସରକାର କରିଛି। ବିଜେପି ସାଙ୍ଗରେ ସମଦୂରତାରେ ଆମେ କଂଗ୍ରେସ…

Read More