Author: Purva Paksha

ଆୟୋ ଗୋର୍ଖାଲି, ଜୟ ମହାକାଲୀ। ଏହି ଯୁଦ୍ଧଘୋଷ ଶୁଣିଲେ ଶତ୍ରୁ ସୈନିକଙ୍କ ରକ୍ତ ପାଣି ହୋଇଯାଏ। ପାକିସ୍ତାନୀ ସେନା ଗୋର୍ଖା ସୈନିକଙ୍କ ସାହସ ଓ ବିରତ୍ୱକୁ କାରଗିଲର ପାହଡିଆ ଭୁଇଁରୁ ପଞ୍ଜାବର ମୈଦାନ ସବୁଠି ଦେଖିଛି। ଗୋର୍ଖା ସୈନିକ ନିଜ ବିରତା ଓ ସଚ୍ଚୋଟତା ପାଇଁ ପରିଚିତ। ଗୋର୍ଖା ସୈନିକ ବ୍ରିଟିଶ ଅମଳରୁ ଭାରତୀୟ ସେନାରେ ସାମିଲ ହୋଇ ଆସୁଛନ୍ତି। କିନ୍ତୁ ଗତ ତିନିବର୍ଷ ମଧ୍ୟରେ ଜଣେ ମଧ୍ୟ ନୂଆ ଗୋର୍ଖା ସୈନିକ ଭାରତୀୟ ସେନାରେ ସାମିଲ ହୋଇନାହାନ୍ତି। ଗତ ତିନିବର୍ଷ ମଧ୍ୟରେ ଗୋର୍ଖା ରେଜିମେଣ୍ଟରେ ପ୍ରାୟ ୧୨ ହଜାର ସୈନିକ ଅବସର ନେଇଥିଲେ ମଧ୍ୟ ଜଣେ ବି ନୂଆ ଗୁର୍ଖା ସୈନିକ ଭାରତୀୟ ସେନାରେ ଯୋଗ ଦେଇନାହାନ୍ତି । ତେବେ କ’ଣ ପାଇଁ ? ବାସ୍ତବରେ ନେପାଳ ସରକାର ନିଜେ ଏହି ପଦକ୍ଷେପ ନେଇଛନ୍ତି। କୂଟନୈତିକ ଉତ୍ତେଜନା କାରଣରୁ ନେପାଳ ଭାରତୀୟ ସେନାରେ ନିଯୁକ୍ତି ପାଇଁ ଗୁରଖାମାନଙ୍କୁ ପଠାଇବା ବନ୍ଦ…

Read More