Author: Purva Paksha

ରାଷ୍ଟ୍ରବାଦୀ ନେତା ଥିଲେ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବ। ଦେଶକୁ ଏକଜୁଟ କରିବା ପାଇଁ ତାଙ୍କ ଅବଦାନ ଥିଲା ଅତୁଳନୀୟ। ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସମାରୋହରେ ଯୋଗଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଜଣେ ପ୍ରେରଣାଦାୟୀ ନେତା, ଯାହାଙ୍କ ପରମ୍ପରା ଭବିଷ୍ୟତରେ ଲୋକଙ୍କୁ ପ୍ରେରଣା ଯୋଗାଇବ। ଜାତୀୟ ସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବ ୧୨୫ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଷ୍ଟ୍ରପତି ହରେକୃଷ୍ଣ ମହତାବଙ୍କ କାଳଜୟୀ ସଂଗ୍ରାମ ଉପରେ ଆଲୋକପାତ କରିଛନ୍ତି । ରାଷ୍ଟ୍ରପତି ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ସମ୍ବୋଧନ କରିଥିଲେ । ରାଷ୍ଟ୍ରପତି କହିଛନ୍ତି, ଭାରତକୁ ଯୋଡ଼ି ରଖିବାକୁ…

Read More