Author: Purva Paksha

ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କୁ ପ୍ରଖର ଖରାରୁ ରକ୍ଷା କରିବା ଏବଂ ଅକ୍ଷୟ ଶକ୍ତି ଉତ୍ସରୁ ସହରର ଭିତ୍ତିଭୂମିର ବିଦ୍ୟୁତ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭୁବନେଶ୍ୱରକୁ ଖୁବ୍‍ଶୀଘ୍ର ପ୍ରମୁଖ ଟ୍ରାଫିକ୍ ଛକରେ ସୋଲାର ସେଡ୍ ମିଳିବ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା (ଓରେଡା)କୁ ପ୍ରସ୍ତାବ ଦିଆଯାଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, ପ୍ରଥମେ ଦୁଇଟି ପ୍ରମୁଖ ଟ୍ରାଫିକ୍ ଛକ ଏଜି ଛକ ଓ କଳିଙ୍ଗ ହସ୍ପିଟାଲ ଛକରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି। ଏହାର ସଫଳତା ଅନୁଧ୍ୟାନ କରିବା ପରେ ସହରର ଅନ୍ୟ ଟ୍ରାଫିକ୍ ଛକରେ ଏହି ସେଡ୍ ସ୍ଥାପନ କରାଯିବ। ଶ୍ରୀମତୀ ଦାସ କହିଛନ୍ତି ଯେ ଚଳିତବର୍ଷ ଗ୍ରୀଷ୍ମ ଋତୁରେ ଯାତ୍ରୀମାନଙ୍କୁ ପ୍ରବଳ ଖରାରୁ ରକ୍ଷା କରିବା ପାଇଁ ବିଏମସି ପକ୍ଷରୁ ଟ୍ରାଫିକ୍ ଛକରେ ଅସ୍ଥାୟୀ ସେଡ୍ ସ୍ଥାପନ କରାଯାଇଥିଲା। ଏହି ପଦକ୍ଷେପ ପାଇଁ…

Read More