Author: Purva Paksha

Maharastra Assembly Election Results: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ବଡ଼ ବିଜୟ ହାସଲ କରିଛି। ମହାବିକାଶ ଆଘାଡ଼ି ପଛରେ ପଡ଼ିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ମହାବିକାଶ ଆଘାଡ଼ି ପାଇଁ ଅନେକ ରାଲି କରିଥିଲେ ମଧ୍ୟ ତାଙ୍କ ପ୍ରଚାରର ପ୍ରଭାବ ଓଲଟା ପଡ଼ିଥିବା ଜଣାପଡ଼ିଛି । ଯେଉଁଠି ରାହୁଲ ଗାନ୍ଧି ପ୍ରଚାର କରିଥିଲେ, ସେଠାରେ ମହାବିକାଶ ଆଘାଡ଼ି ପ୍ରାର୍ଥୀ ପରାଜିତ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ବମ୍ପର ବିଜୟ ହାସଲ ମହାରାଷ୍ଟ୍ରରେ ବିଜେପି ସର୍ବାଧିକ ଆସନରେ ବିଜୟୀ ରାହୁଲ ଗାନ୍ଧିଙ୍କ ନିର୍ବାଚନୀ ରାଲି ଫଳାଫଳକୁ ପଛରେ ପକାଇଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ବମ୍ପର ବିଜୟ ହାସଲ କରିଛି । ଯେଉଁଥିରେ ବିଜେପି ସବୁଠାରୁ ବଡ଼ ଦଳ ହୋଇଛି । ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରୁ ବିଜେପି ୧୩୨ଟି ଆସନରେ ବିଜୟୀ ହୋଇଥିବାବେଳେ ସେପଟେ ମହାବିକାଶ ଆଘାଡ଼ିର ଡଙ୍ଗା ବୁଡ଼ିଯାଇଥିବା ଜଣାପଡ଼ିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ…

Read More