Author: Purva Paksha

କିମ୍ କାର୍ଦାସିଆନ୍ ନିଜ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବାରୁ ଏଥର ହସିନା ରାଜକୁମାରୀ ଡାଏନାଙ୍କ କ୍ରସ୍ ପେଣ୍ଡେଣ୍ଟ ପିନ୍ଧି ନଜର ଆସିଛନ୍ତି। ରାଜକୁମାରୀ ଡାଏନାଙ୍କ ପରେ ପ୍ରଥମ ଥର ପାଇଁ ଜଣେ ମହିଳା ଏହାକୁ ପିନ୍ଧିଥିବା ଦେଖିବାକୁ ମିଳିଛି। ଯାହାର ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା। କିମ୍ କାର୍ଦାସିଆନ୍ ସେହି ସୁନ୍ଦରୀମାନଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି, ଯେଉଁମାନେ ଯେଉଁଠି ବି ଯାଆନ୍ତି ନିଜ ଷ୍ଟାଇଲରେ ଲାଇମ୍ ଲାଇଟକୁ ଆସନ୍ତି। ହାଲୋୱିନରେ ହସିନା ଧଳା କୁମ୍ଭୀର ଭଳି ଲୁକରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏବେ ଲାକ୍ମା ଆର୍ଟ ଫିଲ୍ମ ‘ଗାଲା’ରୁ ହସିନାଙ୍କ ଲୁକ୍ ଚର୍ଚ୍ଚାକୁ ଆସିଛି। କିନ୍ତୁ ଏଥର ତାଙ୍କ ପୋଷାକ ନୁହେଁ ବରଂ ଷ୍ଟାଇଲିଂ ଶୈଳୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କାରଣ ହସିନା ଧଳା ରଙ୍ଗର ଗାଉନ୍ ପିନ୍ଧି ରାଜକୁମାରୀ ଡାଏନାଙ୍କ ୩୭ ବର୍ଷୀୟ ନେକଲେସ୍ ପିନ୍ଧି କାର୍ଯ୍ୟକ୍ରମକୁ ଆସିଥିଲେ। ପ୍ରକୃତରେ ଏହି କାର୍ଯ୍ୟକ୍ରମରେ କିମ୍ ରାଜକୁମାରୀ…

Read More