Author: Purva Paksha

Constitution day:ଇଂରେଜମାନେ ଯେତେବଳେ ଭାରତ ଛାଡ଼ି ଯିବା ତଥା ଭାରତୀୟଙ୍କ ହାତରେ ଶାସନ କ୍ଷମତା ଦେବା ପାଇଁ ବାଧ୍ୟ ହେଲେ ସେତେବେଳେ ଆବଶ୍ୟକତା ପଡ଼ିଥିଲା ଏକ ନିର୍ଦ୍ଦିଷ୍ଟ ନଥି, ନିୟମ ଓ ଆଇନ ବ୍ୟବସ୍ଥାର। ଆଜି ସାରା ଦେଶ ପାଇଁ ଏକ ବିଶେଷ ଅବସର। ୭୫ ବର୍ଷ ପୂର୍ବେ ୧୯୪୯ ମସିହା ଆଜିର ଦିନରେ ଭାରତ ନିଜ ପାଇଁ ଏକ ସ୍ୱତନ୍ତ୍ର, ସାର୍ବଭୌମ, ଗଣତନ୍ତ୍ର ଭାବେ ନିଜକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏକ ନିର୍ଦ୍ଧାରିତ ନୀତିଗ୍ରନ୍ଥ ପ୍ରସ୍ତୁତ କରି ଦେଶବାସୀଙ୍କୁ ଉତ୍ସର୍ଗ କରିଥିଲା। ଏହି ଗ୍ରନ୍ଥକୁ ଦେଶର ସର୍ବୋଚ୍ଚ ଗ୍ରନ୍ଥଭାବେ ଗ୍ରହଣ କରାଯାଏ। ଯାହାବଳରେ ଆଜି ଆମେ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ପରିଚୟ ହାସଲ କରିପାରିଛୁ, ନିଜକୁ ଭାରତୀୟ କହି ଗର୍ବ କରୁଛୁ; ଆଇନ ଆଖିରେ ସମସ୍ତ ଭାରତୀୟ ସମାନ ବୋଲି କହୁଛୁ, ସମସ୍ତଙ୍କୁ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଗ୍ୟାରେଣ୍ଟି ଦେଇଛୁ। ଇଂରେଜମାନେ ଯେତେବଳେ ଭାରତ ଛାଡ଼ି ଯିବା…

Read More