Author: Purva Paksha

Dengue in Odisha: ରାଜ୍ୟରେ ମ୍ୟାଲେରିଆ ଜନିତ ମୃତ୍ୟୁର ସଠିକ ରିପୋର୍ଟ ଦିଆଯାଉନାହିଁ ଏବଂ କେତେକ ମୃତ୍ୟୁ ଅନ୍ୟ କାରଣରୁ ହୋଇଛି ବୋଲି ଅଧିକାରୀ ଜଣକ ଅଭିଯୋଗ କରିଛନ୍ତି। ମ୍ୟାଲେରିଆ ଓ ଡେଙ୍ଗୁ ବଢ଼ୁଥିବାବେଳେ ଭେକ୍ଟରବାହିତ ରୋଗର କମ ରିପୋର୍ଟିଂ ଅଭିଯୋଗ ସାମ୍ନାକୁ ଆସିବା ପରେ ରାଜ୍ୟର ଜନସ୍ୱାସ୍ଥ୍ୟ ତଥ୍ୟରେ ସ୍ୱଚ୍ଛତା ନେଇ ଚିନ୍ତା ବଢ଼ିବାରେ ଲାଗିଛି । ନିକଟରେ ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (ଏମଡିଏ)ର ସମୀକ୍ଷା ବୈଠକରେ ଦକ୍ଷିଣ ଜିଲ୍ଲାର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ କର୍ତ୍ତୃପକ୍ଷଙ୍କୁ ମ୍ୟାଲେରିଆ ଜନିତ ମୃତ୍ୟୁକୁ ଲୁଚାଉଥିବା ଅଭିଯୋଗ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ମ୍ୟାଲେରିଆ ଜନିତ ମୃତ୍ୟୁର ସଠିକ ରିପୋର୍ଟ ଦିଆଯାଉନାହିଁ ଏବଂ କେତେକ ମୃତ୍ୟୁ ଅନ୍ୟ କାରଣରୁ ହୋଇଛି ବୋଲି ଅଧିକାରୀ ଜଣକ ଅଭିଯୋଗ କରିଛନ୍ତି। ତାଙ୍କ ଏହି ଯୁକ୍ତି ବୈଠକରେ ହଇଚଇ ସୃଷ୍ଟି କରିବାରୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପରିସ୍ଥିତିସୁଧାରିବା ପାଇଁ ଆଗେଇ ଆସିଥିଲେ। ମ୍ୟାଲେରିଆ ନିୟନ୍ତ୍ରଣରେ…

Read More