Author: Purva Paksha

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ କ୍ରୀୟାଶୀଳ ହୋଇଛନ୍ତି। ଗୃହର ମଧ୍ୟ ଭାଗରେ ବିରୋଧ ପ୍ରଦର୍ଶନ ଓ ବିରୋଧୀଙ୍କ ନାରାବାଜୀ ହେତୁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହରେ ଜାତୀୟ ସଙ୍ଗୀତ ଗାନ କରାଯାଇ ଅଧିବେଶନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାପରେ ଗୃହର ଦିବଂଗତ ପୂର୍ବତନ ସଦସ୍ୟଙ୍କ ପାଇଁ ଶୋକପ୍ରସ୍ତାବ ଆଗତ କରିଥିଲେ। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ସମେତ ଧନେଶ୍ୱର ମାଝି, ମକରଧ୍ୱଜ ପ୍ରଧାନ, ନିରଞ୍ଜନ ପ୍ରଧାନ, ଉତ୍କଳକେଶରୀ ପରିଡ଼ା ଏବଂ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରିବାରବର୍ଗଙ୍କୁ ଗୃହ ପକ୍ଷରୁ ସମବେଦନା ଜଣାଇବାକୁ ସମସ୍ତ ସଦସ୍ୟଙ୍କୁ ନିବେଦନ କରିଥିଲେ। ବିରୋଧୀ ଦଳ ନେତା ଓ କଂଗ୍ରେସ ଦଳ ନେତା ଏହାକୁ ସମର୍ଥନ କରିବା ପରେ ବାଚସ୍ପତି ସେମାନଙ୍କ ସ୍ମୃତିଚାରଣ କରି ଗୃହରେ ଲକମିନିଟ ନୀରବ ପ୍ରାର୍ଥନା…

Read More