Author: Purva Paksha

ଭାସ୍କର ପରିଚ୍ଛା ଭାରତର ପ୍ରାଚୀନ ମନ୍ଦିର ଏବଂ ଆଧ୍ୟାତ୍ମିକ ଇତିହାସର ସ୍ନାରକଗୁଡ଼ିକ ମଧ୍ୟରେ କାଶୀ ବିଶ୍ଵନାଥଙ୍କ ସ୍ଵତନ୍ତ୍ର ଉଲ୍ଲେଖ ମିଳେ। ଗଙ୍ଗା ନଦୀର ପଶ୍ଚିମ ତଟରେ ଅବସ୍ଥିତ ଭଗବାନ ଶିବଙ୍କୁ ସମର୍ପିତ କାଶୀ ବିଶ୍ଵନାଥ ମନ୍ଦିର ଦେଶର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ମନ୍ଦିରମାନଙ୍କ ଭିତରୁ ଗୋଟିଏ। କେହି କେହି ଏହାକୁ ବନାରସ, ବାରାଣସୀ ଆଉ କିଏ କାଶୀ ନାମରେ ଉଚ୍ଚାରଣ କରିଥାନ୍ତି। ଏଠି ଭଗବାନ ଶିବଙ୍କୁ ବ୍ରହ୍ମାଣ୍ଡର ଭଗବାନ ରୂପରେ ପ୍ରତିଷ୍ଠା କରାଯାଇଛି। ବନାରସକୁ ବିଶ୍ଵସ୍ତରରେ ସବୁଠାରୁ ପୁରୁଣା ଓ ଜୀବିତ ସହରରୂପେ ଗ୍ରହଣ କରାଯାଏ। ଭବ୍ୟ ମନ୍ଦିର ବ୍ୟତିରେକେ ଦଶାଶ୍ୱମେଧ ଘାଟରେ ହେଉଥିବା ଗଙ୍ଗା ଆଳତୀ ବନାରସର ଅନ୍ୟତମ ଆକର୍ଷଣ। ଏହି ଆଳତୀ ବିଶ୍ଵର ବିଭିନ୍ନ ଭାଗରୁ ଦର୍ଶକ ଓ ପର୍ଯ୍ୟଟମାନଙ୍କୁ ଆକର୍ଷିତ କରିଥାଏ। ନାମକରଣ ଇତିହାସ ବାରାଣସୀର ପୁରାତନ ନାମ ଥିଲା କାଶୀ। ଧାର୍ମିକ ଗ୍ରନ୍ଥ ମାନଙ୍କରେ କାଶୀ ନାମକୁ ମହିମାମଣ୍ଡିତ କରାଯାଇଛି। ପ୍ରାୟ…

Read More