Author: Purva Paksha

ଭାସ୍କର ପରିଚ୍ଛା ବ୍ୟାସକବି ଫକୀର ମୋହନ ସେନାପତି ସୁଢ଼ଳଦେବଙ୍କ ଉଦ୍ଦେଶ୍ୟରେ କହିଥିଲେ: “ହେ ସୁଢ଼ଳ ମହାରାଜ କରେଁ ନମସ୍କାର ହିତୈଷିଣୀ ତୁମ୍ଭ ଯଶ କରୁଛି ପ୍ରଚାର ବାମଣ୍ଡା ରାଜ୍ୟରେ କରୁଅଛ ରାଜପଣ ମାତ୍ର ଜ୍ଞାନରାଜ୍ୟେ ଅଟ ନୃପତି ଆପଣ ହେ ରାଜନ ମାତୃଭାଷା ଉନ୍ନତି କରଣେ ଉତ୍ସାହିତ କରୁଅଛ ଗ୍ରନ୍ଥକର୍ତ୍ତା ଗଣେ ॥” ବାସୁଦେବ ସୁଢ଼ଳଦେବ (୧୮୫୦-୧୯୦୩) । ବାମଣ୍ଡାର ୨୭ତମ ରାଜା । ତାଙ୍କ ରାଜତ୍ୱ କାଳରେ ବାମଣ୍ଡାର ସର୍ବାଙ୍ଗୀନ ଉନ୍ନତି ଘଟିଥିଲା କେବଳ ନୁହେଁ ଓଡ଼ିଆ ଭାଷା ଓ ସାହିତ୍ୟର ସେ ଜଣେ ବଡ଼ ପୃଷ୍ଠପୋଷକ ଥିଲେ । ତାଙ୍କ ଶାସନ କାଳରେ ବାମଣ୍ଡା ଓଡ଼ିଶା ଇତିହାସର ସ୍ୱର୍ଣ୍ଣୀମ ଯୁଗ ଥିଲା । ସେ କୃଷି ଓ ପ୍ରଶାସନ କ୍ଷେତ୍ରରେ ଅନେକ ସୁଧାର ଓ ପରିବର୍ତ୍ତନ ଆଣିଥିଲେ। ଭୂରାଜସ୍ୱ ତାଙ୍କ ରାଜତ୍ୱକାଳରେ ଆରମ୍ଭ ହୋଇଥିଲା…

Read More