Author: Purva Paksha

Social media : ଯେଉଁଠି ଏ ପ୍ଲାଟଫର୍ମର ଉତ୍ପତ୍ତି ସେଠାର ସଂସ୍କୃତି ଭାରତଠାରୁ ଭିନ୍ନ। ଏଠାରେ ଥିବା ସାଂସ୍କୃତି ସମ୍ବେଦନଶୀଳତା ଏହି ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁକୁ ଗ୍ରହଣ କରିପାରୁନାହିଁ। ଏହା ପାରମ୍ପରିକ ଗଣମାଧ୍ୟଠାରୁ ଭିନ୍ନ ବୋଲି ସେ କହିଛନ୍ତି। ଏଣୁ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରୁଥିବା ପ୍ରଚଳିତ ଆଇନଗୁଡ଼ିକୁ ସୁଦୃଢ଼ କରିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସୋସିଆଲ ମିଡିଆ ଏବେ ଅନିୟନ୍ତ୍ରିତ ଅଭିବ୍ୟକ୍ତିର ପ୍ଲାଟଫର୍ମ ପାଲଟିଛି, ଯେଉଁଥିରେ ପ୍ରାୟତଃ ଅଶ୍ଳୀଳ ବିଷୟବସ୍ତୁ ରହିଛି। ଏଣୁ ଏହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ। କିନ୍ତୁ ଜନସାଧାରଣଙ୍କ ସହମତି ବିନା ଏହା ଅସମ୍ଭବ; ଏଣୁ ସଂସଦୀୟ ସ୍ଥାୟୀ କମିଟି ଏ ଦିଗରେ ଉଦ୍ୟମ କରନ୍ତୁ ବୋଲି ସଂସଦରେ ମତପ୍ରକାଶ କରିଛନ୍ତି ସୂଚନା ଓ ପ୍ରସାରଣ ତଥା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି,…

Read More