Author: Purva Paksha

Sujata Kartikeyan : ରାଜ୍ୟ ସରକାର ତାଙ୍କୁ ବିଶ୍ୱାସରେ ନେବେ କି ନାହିଁ ଏବଂ ତାଙ୍କ ପ୍ରତି ବରିଷ୍ଠ ଅମଲାଙ୍କ ଆଭିମୁଖ୍ୟ କ’ଣ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ। ଓଡ଼ିଶାର ବରିଷ୍ଠ ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ୬ ମାସ ଛୁଟିରେ ରହିବା ପରେ ବୁଧବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ୨୦ ବ୍ୟାଚ୍‍ର ଏହି ଆଇଏଏସ୍ ଅଧିକାରୀ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବଭାବେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ଆଉ ୬ ମାସ ପାଇଁ ଛୁଟି ବୃଦ୍ଧି ପାଇଁ ତାଙ୍କ ଅନୁରୋଧକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ଏବେ ସେ କ’ଣ କରିବେ ତାହା ଏକ ବଡ଼ ପ୍ରଶ୍ନ। ସୁଜାତା ହେଉଛନ୍ତି ଭିକେ ପାଣ୍ଡିଆନଙ୍କ ପତ୍ନୀ, ଯିଏକି ପୂର୍ବ ବିଜେଡି ସରକାର ସମୟରେ ଅତ୍ୟନ୍ତ କ୍ଷମତାଶାଳୀ ଥିଲେ। ଏବେ କ୍ଷମତାରେ ଥିବା ବିଜେପି ପୂର୍ବରୁ ତାଙ୍କୁ ଲଗାତାର ଟାର୍ଗେଟ କରି ଆସୁଥିଲା। ବିଜେପି ସରକାରରେ ସେ କେମିତି କାମ କରିବେ ତାହା…

Read More