Author: Purva Paksha

Gayatri-Indira : ରାଜ ମାନସିଂହ ଦ୍ୱିତୀୟ କଂଗ୍ରେସ ସରକାରଙ୍କ କୂଟନୀତିଜ୍ଞ ଥିବାବେଳେ ମହାରାଣୀ ଗାୟତ୍ରୀ ଦେବୀ କଂଗ୍ରେସ ବିରୋଧରେ ଛିଡ଼ା ହୋଇଥିଲେ। ଏହାର କାରଣ କୁହାଯାଉଛି ଯେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ତତ୍କାଳୀନ କଂଗ୍ରେସ ସରକାର ସମ୍ବିଧାନ ସଂଶୋଧନ କରି ରାଜକୀୟ ଭତ୍ତା ରଦ୍ଦ କରିଦେଇଥିଲେ । ଏହି କାରଣରୁ, ଅନ୍ୟ ରାଜ ପରିବାର ସହିତ ଜୟପୁର ରାଜ ପରିବାର ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେ । ଜୟପୁରର ମହାରାଣୀ ଗାୟତ୍ରୀ ଦେବୀ,ତାଙ୍କ ସୁନ୍ଦରତା ପାଇଁ ଚର୍ଚ୍ଚିତ । ସେହି ଗାୟତ୍ରୀ ଦେବୀ ଏକଦା ଇନ୍ଦିରାଙ୍କ ବିରୋଧରେ ମୁଖର ଥିଲେ । ଯେତେବେଳେ ଦେଶରେ ଇନ୍ଦିରାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ବଡ଼ ବଡ଼ ନେତା ଡରୁଥିଲେ, ଯେତେବେଳେ କଂଗ୍ରେସ ଚାଟୁକାର ‘’ଇନ୍ଦିରା ଇଜ୍ ଇଣ୍ଡିଆ,ଇଣ୍ଡିଆ ଇଜ୍ ଇନ୍ଦିରା’ ବୋଲି ଘୋଷଣା କରୁଥିଲେ ସେତେବେଳେ ଗାୟତ୍ରୀ ଦେବୀ ଇନ୍ଦିରାଙ୍କ ବିରୋଧରେ ମୁଖର ଥିଲେ । ଯାହାର ଫଳ ଥିଲା ଗାୟତ୍ରୀଙ୍କୁ…

Read More