Author: Purva Paksha

ରାଜ୍ୟର ଗ୍ରାମାଞ୍ଚଳରେ ଥିବା ୬୪୧୮ ପରିବାର ଏବେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାପାଇଁ ଅପେକ୍ଷା କରି ରହିଛନ୍ତି । ସରଜମିନ ତଦନ୍ତ କରାଯାଇ ଏହି ଅପେକ୍ଷାରତ ପରିବାରଙ୍କ ମଧ୍ୟରୁ ଯୋଗ୍ୟ ପରିବାରଙ୍କୁ ଗୃହ ମଞ୍ଜୁର କରାଯିବ । ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୨୦୧୪-୧୫ ରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୩୭,୪୮,୪୨୭ଟି ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଗୃହ ପାଇବାପାଇଁ ୬୪୧୮ ପରିବାର ସ୍ଥାୟୀ ପ୍ରତୀକ୍ଷା ତାଲିକାରେ ଅପେକ୍ଷାକରି ରହିଛନ୍ତି । ଅପେକ୍ଷାରତ ଏହି ତାଲିକାରେ ସର୍ବାଧିକ ୧୧୭୬ ପରିବାର ଭଦ୍ରକ ଜିଲ୍ଲାରେ ଥିବାବେଳେ ଗଞ୍ଜାମରେ ଦ୍ୱିତୀୟ ସର୍ବାଧିକ ୬୧୮ ପରିବାର ରହିଛନ୍ତି  । ସେହିଭଳି ଗଜପତିରେ ୫୫୨, ରାୟଗଡ଼ାରେ ୪୭୯,…

Read More