Author: Purva Paksha

ଓଡ଼ିଶାର ଆର୍ଥିକ ହିତକୁ ବଜାୟ ରଖାଯିବା ସହ ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ୩ଟି ରେଳ ମଣ୍ଡଳ ରହିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀରେ ଓଡ଼ିଶାର ଲୋକସଭା ସାଂସଦମାନଙ୍କ ସହିତ ଆଲୋଚନ ପରେ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ରେଳ ବିକାଶ ପ୍ରସଙ୍ଗରେ ସାଂସଦମାନଙ୍କ ସହିତ ବିସ୍ତୃତ ଆଲୋଚନା ହେଲା। ବର୍ତ୍ତମାନ ପୂର୍ବତଟ ଏବଂ ଦକ୍ଷିଣ ତଟ ରେଳ ଜୋନ୍ ପୁନର୍ଗଠନ ହେଉଥିବାବେଳେ ଓଡ଼ିଶାର ଆର୍ଥିକ ସ୍ୱାର୍ଥରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜୁର କରାଯାଇଛି। ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଆହୁରି କହିଛନ୍ତି,…

Read More