Author: Purva Paksha

ଡିସେମ୍ବର ୪ରେ ପୁରୀରେ ପ୍ରଥମ ଥର ପାଇଁ ନୌସେନା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଯୁଦ୍ଧ କୌଶଳଠାରୁ ଆରମ୍ଭ କରି ଭାରତୀୟ ସଶସ୍ତ୍ର ବାହିନୀର ଉଦ୍ଧାର କାର୍ଯ୍ୟ ପ୍ରଦର୍ଶନ ପର୍ଯ୍ୟନ୍ତ ତୀର୍ଥନଗରୀରେ ପ୍ରସ୍ତୁତି ଶେଷ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଆୟୋଜିତ ହେବାକୁ ଥିବା ଏହି ଭବ୍ୟ ସମାରୋହରେ ଭାରତୀୟ ନୌସେନା ନିଜର ସାମୁଦ୍ରିକ ସାମର୍ଥ୍ୟ, ବାୟୁଶକ୍ତି ଏବଂ ଅପରେସନଲ ଏକ୍ସଲେନ୍ସର ଆକ୍ସନ ପ୍ୟାକ୍‌ ଚିତ୍ରାଙ୍କନ କରିଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୭ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ସ୍ଥାନୀୟ ଦର୍ଶକ ଓ ପର୍ଯ୍ୟଟକଙ୍କୁ ସମୁଦ୍ର କୂଳରୁ ପ୍ରଦର୍ଶନ ଦେଖିବାର ସୁଯୋଗ ଦେବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସମନ୍ୱିତ ଜାହାଜ ଚଳାଚଳ, ମକ୍‌ ରେସ୍‌କ୍ୟୁ, ନୌସେନା ହେଲିକପ୍ଟର, ଲଢ଼ୁଆ ବିମାନ ଏବଂ ପାଟ୍ରୋଲିଂ ବିମାନର ଗତିଶୀଳ ପ୍ରଦର୍ଶନ ପାଇଁ ଯୋଜନା କରାଯାଇଛି । ନୌସେନା କର୍ମଚାରୀଙ୍କ…

Read More