Author: Purva Paksha

Hirakud, Satkosia : ପିପିପି ମାଧ୍ୟମରେ ୧୮୦୦ କୋଟି ଟଙ୍କା ବ୍ୟୟ କରାଯାଇ ମୋଟ୍ ୨୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାଦ୍ଵାରା ୧୨ଶହରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଏବଂ ହୀରାକୁଦ ନଦୀବନ୍ଧ ଅଞ୍ଚଳରେ ପ୍ରାକୃତିକ ପର୍ଯ୍ୟଟନ ବିକାଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମନ୍ତ୍ରାଳୟ ଲକ୍ଷ୍ୟସ୍ଥଳୀ ବିକାଶ ଡିଭିଜନ ପକ୍ଷରୁ ସରକାରୀ ଘରୋଇ ଭାଗିଦାରୀରେ ମଧ୍ୟ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ଵାରା ଦୀର୍ଘସ୍ଥାୟୀ ପର୍ଯ୍ୟଟନ ବିକାଶ ସହିତ ସ୍ଥାନୀୟ ଅର୍ଥବ୍ୟବସ୍ଥା ସମୃଦ୍ଧି ହେବ। ସାତକୋଶିଆରେ ୧୦୦ କୋଟି ଟଙ୍କାର ବ୍ୟୟବରାଦ ସହିତ ପରିକଳ୍ପିତ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏକ ବ୍ୟାପକ ଇକୋ ଟୁରିଜିମ୍ ବ୍ୟବସ୍ଥା ବିକଶିତ କରିବା ଯାହା ଏହି ଅଞ୍ଚଳର ସମୃଦ୍ଧ ଜୈବ ବିବିଧତା ଏବଂ ସାଂସ୍କୃତିକ…

Read More