What's Hot
Author: Purva Paksha
Gopalpur-Rairakhol : ଗୋପାଳପୁର-ରେଢାଖୋଲ ନୂଆ ରେଳଲାଇନର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ରେ ସ୍ଥାନ ନ ମିଳିବାରୁ କନ୍ଧମାଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗୋପାଳପୁର-ରେଢାଖୋଲ ନୂଆ ରେଳ ଲାଇନର ଆଲାଇନମେଣ୍ଟର ସମୀକ୍ଷା ପାଇଁ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ (ଓଆରଆଇଡିଏଲ)କୁ ପରାମର୍ଶ ଦିଆଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଦେଇଥିବା ବୟାନ କନ୍ଧମାଳବାସୀଙ୍କୁ ଖୁସି କରିଛି ଯାହା ଏପର୍ଯ୍ୟନ୍ତ ରେଳ ମାନଚିତ୍ରରେ ସ୍ଥାନ ପାଇନାହିଁ । ଗୋପାଳପୁର-ରେଢାଖୋଲ ନୂଆ ରେଳଲାଇନର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ରେ ସ୍ଥାନ ନ ମିଳିବାରୁ କନ୍ଧମାଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ମାସରେ ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍ ଦ୍ୱାରା ସଂଯୋଗ ହୋଇଥିଲେ ହେଁ ପ୍ରସ୍ତାବିତ ଗୋପାଳପୁର-ସମ୍ବଲପୁର ରେଳଲାଇନ୍ ଅନ୍ତର୍ଗତ କନ୍ଧମାଳ ଅନୁପସ୍ଥିତ ଥିଲା। ଏହାକୁ ନେଇ ଅସନ୍ତୋଷ ବଢ଼ିବା ସହ କନ୍ଧମାଳକୁ ଅନ୍ତର୍ଭୁକ୍ତ କରିବାକୁ ଦାବି ଜୋର ଧରିଥିଲା। ଗତ ନଭେମ୍ବର ୧୮ ତାରିଖରେ ବାଣିଜ୍ୟ ଓ ପରିବହନ ବିଭାଗ…
