Author: Purva Paksha

Air Pollution : ଗୁରୁବାର ଓଡ଼ିଶାର ଅନୁଗୁଳ, ଭୁବନେଶ୍ୱର, କଟକ ଓ ବାଲେଶ୍ୱର ଭାରତର ୨୦ଟି ପ୍ରଦୂଷିତ ସହର ମଧ୍ୟରେ ରହିଛି। ଅନୁଗୁଳ ୩୩୨, ଅଗରତାଲା ୩୧୫, ହାୱଡ଼ା ୩୧୪, ବର୍ନିହାଟ ୩୧୨ ଓ ଅମୃତସର ୨୭୦ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ବାୟୁ ପ୍ରଦୂଷଣ କେବଳ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ଆଉ ଏକ ଗମ୍ଭୀର ପ୍ରସଙ୍ଗ ନୁହେଁ। ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର କେତେକ ସହରରେ ସ୍ଥିତି ସମାନଭାବେ ଉଦବେଗଜନକ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ ଶୁକ୍ରବାର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୧୮୭ ରେକର୍ଡ କରାଯାଇଛି, ଯାହା ଗୁରୁବାର (ଡିସେମ୍ବର ୫, ୨୦୨୪) ସକାଳର ୧୬୧ ରିଡିଂ ତୁଳନାରେ ସାମାନ୍ୟ ଅଧିକ। ଅରାହ୍ନ ୪ଟା ସୁଦ୍ଧା ଅନୁଗୁଳରେ ଏକ୍ୟୁଆଇ ୩୧୯ (ଅତ୍ୟନ୍ତ ଖରା) ଏବଂ ଭୁବନେଶ୍ୱରରେ ୨୬୭ (ଖରାପ) ଥିଲା। କଟକରେ ବାୟୁର ଗୁଣବତ୍ତା ୨୦୨, ଯାଜପୁରର ବ୍ୟାସନଗରରେ ୨୦୫…

Read More