Author: Purva Paksha

GI Tag : ଏହି ମାନ୍ୟତାଦ୍ୱାରା କେବଳ ସେହି ବର୍ଗର ଲୋକ ଓ ସେମାନଙ୍କର ମୌଳିକ ଉତ୍ପାଦ ବିଶ୍ୱସ୍ତରୀୟ ଦୃଷ୍ଟି ଆକର୍ଷଣ କରିନାହିଁ, ବରଂ ତା’ ସହିତ ଓଡ଼ିଶାର ନାମ ମଧ୍ୟ ଗୌରବାନ୍ୱିତ ହୋଇପାରିଛି। ଏହା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିତ ଭାବରେ ଆନନ୍ଦ ଓ ସ୍ୱାଭିମାନର କଥା। ରାଜ୍ୟର ଆଉ ସାତଟି ନିଜସ୍ୱ ଆଞ୍ଚଳିକ ଉତ୍ପାଦକୁ ଭୌଗୋଳିକ ସୂଚକ ବା ଜିଆଇ ଟ୍ୟାଗ୍‌‌ ମାନ୍ୟତା ମିଳିଛି। ଏଥିସହିତ ରାଜ୍ୟର ଜିଆଇ ମାନ୍ୟତାପ୍ରାପ୍ତ ଉତ୍ପାଦ ସଂଖ୍ୟା ୨୫ରେ ପହଞ୍ଚିଛି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଏହି ସାତଟି ଉତ୍ପାଦ ମଧ୍ୟରୁ ଚାରିଟି ଆଦିବାସୀ ସମ୍ପ୍ରଦାୟର ଓ ସେମାନଙ୍କ ଅଞ୍ଚଳ ସହିତ ଜଡ଼ିତ। ରାଜ୍ୟର ଅନ୍ୟତମ ଅନୁନ୍ନତ ଆଦିବାସୀ ଅଧ୍ୟୁଷିତ ମାଳ ଅଞ୍ଚଳ ନିୟମଗିରିର ଅବକ୍ଷୟମୁଖୀ ତାଲିକାରେ ସାମିଲ୍‌‌ ହୋଇସାରିଥିବା ଡଙ୍ଗରିଆ କନ୍ଧଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ସାଲ୍‌‌ ଏବଂ ଲାଞ୍ଜିଆ ସଉରାଙ୍କ ପାରମ୍ପରିକ ଚିତ୍ରକଳା ମଧ୍ୟ ଏହି ତାଲିକାରେ ସାମିଲ୍‌‌ ଅଛି। ଏହି…

Read More