Author: Purva Paksha

ଭାସ୍କରେ ପରିଚ୍ଛା ଦେଶରେ ଏକକ ନିର୍ବାଚନକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହାକୁ କୁହାଯାଉଛି: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ। ମୋଦୀ ସରକାର ଏ ନେଇ ଏକ କମିଟି ଗଠନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଥିଲା। ଇତି ମଧ୍ୟରେ କମିଟି ତା’ର ରିପୋର୍ଟ କେନ୍ଦ୍ରକୁ ଦେଇସାରିଛି। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ  ବାସ୍ତବରେ କ’ଣ ? ‘ଏକ ଦେଶ ଗୋଟିଏ ନିର୍ବାଚନ’ ହେଉଛି ସେହି ପ୍ରସ୍ତାବ ଯାହାଦ୍ଵାରା ଲୋକସଭା ଏବଂ ସମସ୍ତ ରାଜ୍ୟ ବିଧାନସଭାପାଇଁ ଏକକାଳୀନ ନିର୍ବାଚନ ହେବ। ଅର୍ଥାତ୍ ସମଗ୍ର ଦେଶରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ। ବର୍ତ୍ତମାନ ପ୍ରତି ୫ ବର୍ଷରେ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଥାଏ। ଖର୍ଚ୍ଚ ହ୍ରାସ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ହେଲେ ଏହାଦ୍ୱାରା ନିର୍ବାଚନରେ ଖର୍ଚ୍ଚ ହ୍ରାସ ପାଇବ ବୋଲି ଯୁକ୍ତି କରାଯାଉଛି।…

Read More