What's Hot
Author: Purva Paksha
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଓଡ଼ିଶା ଗସ୍ତରେ ଆସି ନିଜ ଜିଲ୍ଲା ମୟୂରଭଞ୍ଜରେ ୩ଟି ନୂଆ ରେଳ ଲାଇନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ଥିବା ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁରାମାରା-ଚାକୁଳିଆ ଏବଂ ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳଲାଇନ୍ ଓଡ଼ିଶାରେ ଯୋଗାଯୋଗରେ ଉନ୍ନତି ଆଣିବା ସହ ନୂତନ ବ୍ୟବସାୟ ଓ ନିଯୁକ୍ତି ସୁଯୋଗ ଖୋଲିବା ସହ ଏହି ଅଞ୍ଚଳରେ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ। ଏହି ପ୍ରକଳ୍ପଗୁଡ଼ିକର ଆନୁମାନିକ ମୂଲ୍ୟ ୬,୨୯୫ କୋଟି ଟଙ୍କା ରହିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକଳ୍ପଗୁଡ଼ିକ ନାମ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୮୨ କିଲୋମିଟର ବାଦାମପାହାଡ଼-କେନ୍ଦୁଝରଗଡ଼ ଲାଇନ୍ ୨୧୦୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ। ଏହା ଦ୍ୱାରା ରାଜ୍ୟରେ ଉତ୍ତର ଓ ଉତ୍ତର-ପୂର୍ବ ରେଳ କରିଡର ସୃଷ୍ଟି…
