Author: Purva Paksha

ରାଜ୍ୟସଭା ଉପନିର୍ବାଚନ ପାଇଁ ୯ ତାରିଖରେ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ଆସନ୍ତାକାଲି  ଅର୍ଦଥାତ୍ ରବିବାର ଦିନ ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବାର ସମ୍ଭାବନା ରହିଛି। ସାଂସଦ ମମତା ମହାନ୍ତଙ୍କ ଭଳି ବିଜେପି ପୂର୍ବତନ ସାଂସଦ ସୁଜିତ କୁମାରଙ୍କୁ ହିଁ ପ୍ରାର୍ଥୀ କରିବା ସମ୍ଭାବନା ରହିଛି। ରାଜ୍ୟସଭା ଉପ-ନିର୍ବାଚନ ଲାଗି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୧୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ କରାଯାଇଛି। ୨୦ ତାରିଖ ଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇ ଅପରାହ୍ନରେ ଭୋଟଗଣତି ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ରାଜ୍ୟସଭା ସାଂସଦ ସୁଜିତ୍‌‌ କୁମାର ଇସ୍ତଫା ଦେବା ପରେ ସେହି ପଦବୀ ପୂରଣ ପାଇଁ ଉପନିର୍ବାଚନ ହେଉଛି। ସୁଜିତ୍‍ କୁମାରଙ୍କ ଇସ୍ତଫା ପରେ…

Read More