Author: Purva Paksha

SNP : ନିମ୍ନମାନର ଛତୁଆ ପାଇଁ ୧୨୫ଟି ଗୋଷ୍ଠୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହାବ୍ୟତୀତ ସୋନପୁରରେ ସିଡିପିଓଙ୍କ ଦରମା ସହ ୪୨ ଜଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ୧୫ ଜଣ ମହିଳା ସୁପରଭାଇଜର, କୋରାପୁଟରେ ୧୧ ଜଣ ଓ ଗଜପତିରେ ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସପ୍ଲିମେଣ୍ଟାରୀ ନ୍ୟୁଟ୍ରିସନ୍‌ ପ୍ରୋଗ୍ରାମ୍‌ (ଏସ୍‌ଏନ୍‌ପି) ଅଧୀନରେ ନିମ୍ନମାନର ଛତୁଆ ପ୍ରଦାନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୨୫ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଗୃହରେ ବିଜଦ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଏକ ପ୍ରଶ୍ନର ଉତ୍ତରଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଏସଏନପି ଅଧୀନରେ ନିମ୍ନମାନର ଛତୁଆ ଉତ୍ପାଦନ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ…

Read More