Author: Purva Paksha

Anganwadi Centre : ରାଜ୍ୟରେ ୫୨ ହଜାର ୬୮୧ଟି ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ରହିଛି। ବାକି ଅନ୍ୟ କେନ୍ଦ୍ରରେ ନିଜସ୍ୱ ଗୃହ ନିର୍ମାଣ ପାଇଁ ଗତ ୨ବର୍ଷ ମଧ୍ୟରେ ୬୦୦ଟି ଅଙ୍ଗନୱାଡ଼ି କେନ୍ଦ୍ରକୁ ନରଗୋ ଯୋଜନାରେ ଓ ୫୮ଟି କେନ୍ଦ୍ରକୁ ପିଏମ ଜନମନ ଯୋଜନାରେ ନିର୍ମାଣ ପାଇଁ କେନ୍ଦ୍ର ସରକାର ୧୪ କୋଟି ୧୬ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।  ରାଜ୍ୟରେ ଥିବା ୭୪ହଜାର ୧୯୨ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୪୧୪୮ଟି କେନ୍ଦ୍ରର ନିଜସ୍ୱ ଘର ନାହିଁ। ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୧୬ କୋଟି ୩୬ଲକ୍ଷ ୩୨ହଜାର ଟଙ୍କା ଅଙ୍ଗନୱାଡ଼ି କେନ୍ଦ୍ରର ଘରଭଡ଼ା ବାବଦକୁ ଦେଉଥିବା ଉପମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଧାନସଭାରେ କହିଛନ୍ତି। ବିଧାୟକ ଚନ୍ଦ୍ରମଣି କହଁରଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ୫୨ ହଜାର ୬୮୧ଟି ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ରହିଛି। ବାକି ଅନ୍ୟ କେନ୍ଦ୍ରରେ ନିଜସ୍ୱ ଗୃହ…

Read More